ମହାବଳ ଆକ୍ରମଣରେ ବୃଦ୍ଧା ମୃତ୍ୟୁ ସନ୍ଦେହ, ଆତଙ୍କିତ ଗ୍ରାମବାସୀ
ଘଟଣାସ୍ଥଳକୁ ଗ୍ରାମବାସୀ ଆସିଯିବାରୁ ମହାବଳ ଜଙ୍ଗଲକୁ ପଳାଇଥିବା ଗ୍ରାମବାସୀ କହିଛନ୍ତି।

ଓଏଲ୍ ବ୍ୟୁରୋ: ମହାବଳ ବାଘକୁ ନେଇ ଆତଙ୍କିତ ଲୋକେ। ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ମାରି ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବା ଜଣା ପଡିଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ସଂଧ୍ୟାରେ ଜଣେ ବୃଦ୍ଧାଙ୍କ ଘର ନିକଟରେ ଆକ୍ରମଣ ତାଙ୍କ ଉପରକୁ ମହାବଳ ଆକ୍ରମଣ କରିଥିଲା।
ବାଘ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳକୁ ଗ୍ରାମବାସୀ ଆସିଯିବାରୁ ମହାବଳ ଜଙ୍ଗଲକୁ ପଳାଇଥିବା ଗ୍ରାମବାସୀ କହିଛନ୍ତି। ମହାବଳ ଆକ୍ରମଣର ଶିକାର ହୋଇ ବୃଦ୍ଧାଙ୍କ ମୃତ୍ୟୁ ପରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ନୂଆପଡ଼ା ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି କରିଛି।