Odisha Link
Bridging the Missing Links in Odisha

କେନ୍ଦ୍ର ଯେତେ ଟଙ୍କା ଦେଉଛି, ସେ ଟଙ୍କା ରାଜ୍ୟ ଖର୍ଚ୍ଚ କରିପାରୁନାହିଁ: ଜୟନାରାୟଣ ମିଶ୍ର

ଶାସକ ଦଳର ନେତା କହୁଛନ୍ତି, ୫-ଟି ହେଉଛି ବିଚାରଧାରା ଏବଂ ଚିନ୍ତାଧାରା।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ମୁହାଁମୁହିଁ ହେଉଥିବା ସୂଚନା ମିଳୁଛି। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ପୁଣି ୫-ଟିକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୫-ଟିକୁ ନେଇ ଗୃହରେ ହୋ-ହଲ୍ଲା ପରେ ଗୃହ ବାହାରେ ଜୟନାରାୟଣ କହିଛନ୍ତି, ୫-ଟିକୁ ନେଇ ପ୍ରଶ୍ନ କରିବା ମାତ୍ରେ ଶାସକ ଦଳର ନେତା କେଉଁ ଦିଗକୁ ଏହାକୁ ନେଉଛନ୍ତି ତାହା ମୁଁ ଜାଣିପାରୁନି। ଶାସକ ଦଳର ନେତା କହୁଛନ୍ତି, ୫-ଟି ହେଉଛି ବିଚାରଧାରା ଏବଂ ଚିନ୍ତାଧାରା। ଏବେ କହିଲେଣି ସିଏମଓ। ୫-ଟି ସିଏମଓ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଗୋଟେ ବିଚାରଧାରା ସିଏମଓ କେମିତି ହେବ। ମୁଖ୍ୟମନ୍ତ୍ରୀଙ୍କର ଯଦି ସେ ସଚିବ ତେବେ ସେ ସିଏମଓର କର୍ମଚାରୀ ହୋଇପାରନ୍ତି, ସିଏମଓ କେମିତି ହୋଇଯିବେ। ସେହିଭଳି ନବରଙ୍ଗପୁରରେ ଶାସକ ଦଳର ବିଧାୟକ କହିଲେ ସେ କ୍ରୀତଦାସ। ଉକ୍ତ ସ୍ଥାନରେ ସେ ଦ୍ୱାରପାଳ ହୋଇଥିଲେ। ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି। ତାଙ୍କ ବାପା ସ୍ୱାଭିମାନର ପ୍ରତୀକ ଥିଲେ। ସେ ଯେଉଁଭଳି ନିଜକୁ କ୍ରୀତଦାସ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ। ବିରୋଧୀ ଦଳ କାହାର କ୍ରୀତଦାସ ନୁହେଁ, ଆମେ ଲୋକଙ୍କର ପ୍ରତିନିଧି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ସେ କହିଛନ୍ତି, ଲୋକଙ୍କର କଥା ଆମେ ଉଠାଇବୁ, ତାହା ହେଲେ ଆମେ କ୍ରୀତଦାସ କେମିତି ହେବୁ। କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି। ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି। ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି ଯାହା ଅଧା ରହିଯାଇଛି। ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ ତେଣୁ ଚାଉଳର କଥା ଉଠାଇଲେ।

ଚାଉଳ ପ୍ରସଙ୍ଗକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ କହିଛନ୍ତି ଶାସକ ଦଳ ଚାଉଳ ଦେଉଥିଲେ, ତାଙ୍କୁ ଚାଉଳ ଦେବାକୁ କିଏ ମନାକଲା। କେନ୍ଦ୍ର ଯେତେ ଟଙ୍କା ଦେଉଛି, ସେ ଟଙ୍କା ରାଜ୍ୟ ଖର୍ଚ୍ଚ କରିପାରୁନି। ବନ୍ୟା ବାତ୍ୟା ବେଳେ ରିଲିଫ୍ ଦିଆଯାଏ କିନ୍ତୁ ସବୁବେଳେ ଦିଆଯିବ ସେମିତି ମାନେ ନାହିଁ। କୋଭିଡ ଜନିତ ରିଲିଫ ଥିଲା ତାହା କମେଇକି ଦିଆଯାଉଛି। ଓଡିଶା ସରକାର ୫କିଲୋ ଜାଗାରେ ୫୦ କିଲୋ ଚାଉଳ ଲୋକଙ୍କୁ ଦେଉ ଏଥିରେ ଆମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ବିରୋଧୀଦଳ ନେତା।

Leave A Reply

Your email address will not be published.