୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା, ଯାନବାହନ ଚଳାଚଳ ବାଧାପ୍ରାପ୍ତ
ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜିର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି।
ଓଏଲ୍ ବ୍ୟୁରୋ : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଏହାକୁ ପାଳନ କରି ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ରହିବାକୁ ଥିବାବେଳେ ଆଜି ସକାଳୁ ଏହାର ପ୍ରଭାବ ପଡିଛି। କଣ୍ଟାବାଞ୍ଜି ବନ୍ଦ ଡାକରା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି। ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜିର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି। ଆଗରୁ ମଧ୍ୟ ଜିଲ୍ଲା ଦାବି ନେଇ ନଭେମ୍ବର ୨୪ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା।
ପୂର୍ବରୁ ଜିଲ୍ଲା ଦାବି ନେଇ କଣ୍ଟାବାଞ୍ଜି ବନ୍ଦ ଡାକରା ଦେବା ପରେ ରାଜ୍ୟ ସରକାର କିଛି ପଦକ୍ଷେପ ନନେବାରୁ ଆଜି ପୁଣିଥରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। ତେବେ ଏହି ଆନ୍ଦୋଳନ ପାଇଁ ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିମଟର ବନ୍ଦ କରିଛନ୍ତି। ଯାହାଫଳରେ ଯାତ୍ରୀମାନେ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହୋଇଛି।