ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ
ପୋସ୍କୋ ଆଇନରେ ସମସ୍ତ ଦଫାରେ ୧୦ବର୍ଷ ଜେଲ ସହ ୪୭ ହଜାର ଟଙ୍କା ଜୋରିମାନା
![](https://www.odishalink.com/wp-content/uploads/2023/03/ARREST.jpg)
ଓଏଲ୍ ବ୍ୟୁରୋ: ଶିକ୍ଷକ ଯିଏକି ଜୀବନ୍ତ ଗୁରୁ, ସେ କିଭଳି ନରରାକ୍ଷସ ସାଜିପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ସୁନ୍ଦରଗଡ଼ରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା। ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିଲେ ଶିକ୍ଷକ। ଏହି ଘଟଣାରେ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ଜଣା ପଡିଛି। ଲେଫ୍ରିପଡା ଥାନା ରାୟଡିହି ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଦେବେନ୍ଦ୍ର ପଟେଲଙ୍କୁ ସଜ୍ଜା ଶୁଣାଇଲେ ସ୍ପେଶାଲ ପୋସ୍କୋ କୋର୍ଟ।
ସୂଚନା ଅନୁସାରେ, ୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ ଶିକ୍ଷକ ଜଣକ ଅସଦାଚରଣ ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଅଭିଯୋଗ କ୍ରମେ ବିଭିନ୍ନ ଦଫାରେ ଶୁଣାଯାଇଥିବା ଦଣ୍ଡାଦେଶରେ ଏକକାଳୀନ ଭୋଗିବେ ଅଭିଯୁକ୍ତ ଶିକ୍ଷକ। ସବୁଠାରୁ ବଡ କଥା ହେଉଛି ୧୧ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଅନୁକମ୍ପା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୋସ୍କୋ ଆଇନରେ ସମସ୍ତ ଦଫାରେ ୧୦ବର୍ଷ ଜେଲ ସହ ୪୭ ହଜାର ଟଙ୍କା ଜୋରିମାନା। ଜରିମାନା ଅନାଦେୟ ହେଲେ ଆହୁରି ୬ମାସ ଜେଲ ଦଣ୍ଡାଦେଶ। ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।