କୁନୋ ନ୍ୟାସନାଲ ପାର୍କକୁ ଫେରିଲା ଚିତା ଓବାନ୍, ମିଳୁନି ମାଈ ଚିତା ‘ଆଶା’
ଅନେକ ଖୋଜାଖୋଜି ପରେ ଶିବପୁରୀ ଜଙ୍ଗଲରୁ ଉଦ୍ଧାର ହୋଇଛି ଚିତା ଓବାନ୍।
ଓଏଲ୍ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରୁ ଦୁଇଟି ଚିତା ଚମ୍ପଟ ମାରିଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମ ଚମ୍ପଟ ମାରିଥିବା ଚିତା ଓବାନ୍ ୬ଦିନ ପରେ କୁନୋ ନ୍ୟାସନାଲ ପାର୍କକୁ ଫେରିଥିବା ସୂଚନା ମିଳିଛି। ହେଲେ ବର୍ତ୍ତମାନ ସୁଦ୍ଧା ମିଳୁନି ମାଈ ଚିତା ‘ଆଶା’। କୁନୋ ନ୍ୟାସନାଲ ପାର୍କରୁ ଚିତା ଓବାନ୍ ଫେରାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅନେକ ଖୋଜାଖୋଜି ପରେ ଶିବପୁରୀ ଜଙ୍ଗଲରୁ ଉଦ୍ଧାର ହୋଇଛି ଚିତା ଓବାନ୍।
ଖବର ଅନୁସାରେ, ନାମିବିଆରୁ ଆସିଥିବା ଚିତାବାଘ ଶାଶାର ମୃତ୍ୟୁ ପରେ ଚିତା ସଂଖ୍ୟା କମିଥିଲା। ହେଲେ ପରେ ୪ଟି ଶାବକ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ କୁନୋ ପାର୍କରୁ ବାହାରକୁ ମାଈ ଚିତା ‘ଆଶା’ ପଳାଇଥିବା ଜଣା ପଡିଛି। କୁନୋ ନିକଟ ଗାଁ ଆଡ଼କୁ ପଳାଇଥିବା ସନ୍ଦେହରେ ଥିବାବେଳେ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମାଈ ଚିତା ‘ଆଶା’ ପଳାଇଥିବା ଜାଣିବା ପରେ ଖୋଜାଖୋଜି କରୁଛନ୍ତି କୁନୋ କର୍ତ୍ତୃପକ୍ଷ।