Odisha Link
Bridging the Missing Links in Odisha

ନୂଆ ଶିକ୍ଷାବର୍ଷ ପାଇଁ ପ୍ରକାଶ ପାଇଲା କ୍ୟାଲେଣ୍ଡର, ମେ’ ୫ରୁ ଖରା ଛୁଟି

ଜୁଲାଇ ଶେଷ ସପ୍ତାହରେ ପ୍ରଥମରୁ ଅଷ୍ଟମ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ମେଟିଭ -୧ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓସେପା କ୍ୟାଲେଣ୍ଡରରେ ଦର୍ଶାଇଛି।

ଓଏଲ୍‌ ବ୍ୟୁରୋ: ନୂଆ ଶିକ୍ଷାବର୍ଷ (୨୦୨୩-୨୪) ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଥିବା ଜଣା ପଡିଛି। ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ୨୩୨ ଦିନ ପାଠପଢ଼ା ହେବା ସହ ୧୩୩ ଦିନ ଛୁଟି ରହିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି।

ନୂଆ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ, ମେ ୫ ତାରିଖରୁ ଜୁନ୍‌ ୧୭ ତାରିଖ ଯାଏଁ ଖରା ଛୁଟି ଘୋଷଣା କରାଯାଇଛି। ଏପ୍ରିଲ ୧ରୁ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସପ୍ତାହରେ ପ୍ରଥମରୁ ଅଷ୍ଟମ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ମେଟିଭ -୧ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓସେପା କ୍ୟାଲେଣ୍ଡରରେ ଦର୍ଶାଇଛି।

ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ, ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ପିଲାଙ୍କ ଫରମେଟିଭ-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବମ ଶ୍ରେଣୀରୁ ୧୦ମ ଶ୍ରେଣୀ ଲାଗି ଚଳିତ ଶିକ୍ଷାବର୍ଷ ଲାଗି ସମାନ ୨୩୨ଟି ଶିକ୍ଷା ଦିବସ ରହିଥିବା ବେଳେ ୧୩୩ ଦିନ (ରବିବାରକୁ ମିଶାଇ)ଛୁଟି ଦିବସ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.