ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଗଲେ ୨ ସାଙ୍ଗ, ଜଣେ ମୃତ
୨ଜଣ ବୁଡି ଯାଇଥିବା ସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ମୃତ ଶରୀର ଓ ଅନ୍ୟ ଜଣଙ୍କୁ ଜୀବିତ ଉଦ୍ଧାର କଲେ ସ୍ଥାନୀୟ ଲୋକେ।
ଓଏଲ୍ ବ୍ୟୁରୋ: ଆନନ୍ଦପୁରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଗଲେ ୨ ସାଙ୍ଗ। ଆନନ୍ଦପୁର ପୋଲଘାଟ ନିକଟରେ ଗାଧୋଇବା ବେଳେ ୨ଜଣ ବୁଡି ଯାଇଥିଲେ। ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ୨ଜଣ ବୁଡି ଯାଇଥିବା ସାଙ୍ଗଙ୍କ ମଧ୍ୟରୁ ଜଣଙ୍କ ମୃତ ଶରୀର ଓ ଅନ୍ୟ ଜଣଙ୍କୁ ଜୀବିତ ଉଦ୍ଧାର କଲେ ସ୍ଥାନୀୟ ଲୋକେ।