ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
୩ ମାସ ଭିତରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଏଲ୍ ବ୍ୟୁରୋ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନେଇ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି। ଏହା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ଖୁବ ଶୀଘ୍ର ନିୟମିତ ହେବେ ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟର। ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି।
ଖବର ଅନୁସାରେ, ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ ଚାକିରୀ ପାଇଁ ହାଇକୋର୍ଟ ରାୟ ଦେଇଛନ୍ତି। ୩ ମାସ ଭିତରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସୁବିଧା ସୁଯୋଗ ସହିତ ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତିକୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।