Odisha Link
Bridging the Missing Links in Odisha

୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ଟାଉନ ଥାନା, ସଦର ଥାନା ଅଇଁଠାପାଲି, ଧନୁପାଲି, କ୍ଷେତରାଜପୁର ଥାନା ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା। ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ସରକାରଙ୍କ ପଦକ୍ଷେପ ଗ୍ରହଣ କରାଯାଇଛି। ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପାଇଁ ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି। ବର୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।

ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପାଇଁ ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି। ସହରର ୫ଟି ଥାନା ଅଞ୍ଚଳରେ ନିୟମ କଡ଼ାକଡ଼ି କରାଯାଇଛି। ଟାଉନ ଥାନା, ସଦର ଥାନା ଅଇଁଠାପାଲି, ଧନୁପାଲି, କ୍ଷେତରାଜପୁର ଥାନା ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି। ପୁରା ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟଏକ ଗୋଷ୍ଠୀର ପଥର ମାଡରେ ଅତିରିକ୍ତ ଏସ୍‌ପିଙ୍କ ତପନ ମହାନ୍ତିଙ୍କ ସହିତ ୧୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡରେ ଲାଗିଛି ଆଘାତ। କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି। ବର୍ତମାନ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.