ମୁଁ ଆହ୍ବାନ କରୁଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ ଦଳ ଆସନ୍ତୁ: ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟ ପାଇଁ ଦାବି କରିବାକୁ ଆହ୍ବାନ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଏଲ୍ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ଦେଉଛନ୍ତି। ମୁଁ ଆହ୍ବାନ କରୁଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସବୁ ଦଳ ଆସନ୍ତୁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା, ଆମ ରାଜ୍ୟ ପାଇଁ ଦାବି କରିବା। ରାଜ୍ୟ ପ୍ରସଙ୍ଗରେ ସମସ୍ତ ଦଳ ଏକ ହୋଇ ଲଢ଼ିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟ ପାଇଁ ଦାବି କରିବାକୁ ଆହ୍ବାନ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅନ୍ୟପକ୍ଷେ, ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ପୁଲିସକୁ ପଥରମାଡ଼ ହୋଇଥିବା କଥାକୁ ନେଇ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଗତକାଲି ସମ୍ବଲପୁରରେ ଯାହା ଘଟିଛି ତାହା ଅଭାବନୀୟ ଘଟଣା। କାଲିର ଘଟଣାରେ ପୁଲିସ, ସାଧାରଣ ଲୋକ ଆହତ ହୋଇଛନ୍ତି। କାଲିର ଘଟଣା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।