ଲିକ୍ ହେଲା ସିଏନଜି ଗ୍ୟାସ, ବିଷାକ୍ତ ଧୂଆଁକୁ ଆୟତ୍ତ କଲା ଗେଲ୍ ଇଣ୍ଡିଆ
ଗେଲ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଭେଇକିଲ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସହ କେମିକାଲ ପକାଇ ବିଷାକ୍ତ ଧୂଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ: ସିଏନଜି ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ପୁରୀ ଆସୁଥିବାବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ସିଏନଜି ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ମାଳତିପାଟପୁର ଛକ ନିକଟରେ ସିଏନଜି ଗ୍ୟାସ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରାକରେ କିଛି ସିଲିଣ୍ଡରରେ ଗ୍ୟାସ ଲିକ୍ ହୋଇଥିଲା। ଘଟଣା ଘଟିବା ପରେ ତୁରନ୍ତ ଗେଲ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଭେଇକିଲ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସହ କେମିକାଲ ପକାଇ ବିଷାକ୍ତ ଧୂଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।
ସିଏନଜି ଗ୍ୟାସ ସିଲିଣ୍ଡର ଲିକ୍ ହେବା ପରେ ଗ୍ୟାସରୁ ନିର୍ଗତ ବିଷାକ୍ତ ଧୂଆଁକୁ ନେଇ ସ୍ଥାନୀୟ ଲୋକେ ଭୟବିତ୍ତ ହୋଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଗାଡ଼ି ଦ୍ୱାରା ପାଣି ସ୍ପ୍ରେ କରାଯାଇଥିଲା। ତେବେ ଗେଲ ଇଣ୍ଡିଆ ପକ୍ଷରୁ କୁଇକ୍ ରେସପନ୍ସ ଭେଇକିଲ ଗାଡ଼ି ପହଞ୍ଚି ବିଷାକ୍ତ ଧୂଆଁକୁ ଆୟତ୍ତ କରିଥିବା ଜଣା ପଡିଛି।