ଦେଶବାସୀଙ୍କ ଚିନ୍ତା ବଢ଼ାଇଲାଣି ମହାମାରୀ, ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ
୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮, ୧୭୫ ସଂକ୍ରମିତ।
![](https://www.odishalink.com/wp-content/uploads/2021/04/coronavirus-750x430.jpg)
ଓଏଲ୍ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ଦେଶରେ ୧୦ ହଜାର ପାର କୋଭିଡ ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟାରେ ନୂଆ ୧୦, ୫୪୨ ନୂଆ ପଜିଟିଭ ଚିହ୍ନଟ କରାଯାଇଛି। ଆକ୍ଟିଭ କେସ ୬୩ ହଜାର ୫୬୨ ରହିଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮, ୧୭୫ ସଂକ୍ରମିତ। ଗତ କିଛି ଦିନରେ ୮୧ ପ୍ରତିଶତରୁ ଅଧିକ ନୂତନ ସଂକ୍ରମଣ ଚିହ୍ନଟ କରାଯାଇଛି। ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟରୁ ମଧ୍ୟ ଦୂରେଇ ରହିବାକୁ ପଡିବ। ଏହାସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ନିଜ ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମୀ ଉପରେ ସମୀକ୍ଷା ବୈଠକ କରନ୍ତୁ ବୋଲି କହିଥିଲେ। ବଢୁଥିବା ମହାମାରୀକୁ ନଜରରେ ରଖି ଦିଲ୍ଲୀ ଏମ୍ସରେ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ମାସ୍କ ବାଧ୍ୟତାମୂଳକ ସହ ସଫେଇ କାମକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।