Odisha Link
Bridging the Missing Links in Odisha

ବଢୁଛି କରୋନା ସଂକ୍ରମଣ, ରାଜ୍ୟରେ ୨ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ସଂକ୍ରମଣର ପ୍ରତିଦିନ ପଜିଟିଭିଟି ରେଟ୍‌ ୫.୪୬ ପ୍ରତିଶତ।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ରାଜ୍ୟରେ ଦିନକରେ ୩୮୭ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ମୋଟ୍ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧୭୭କୁ ବୃଦ୍ଧି ପାଇଛି।ଦିନକରେ ସୁସ୍ଥ ହୋଇଛନ୍ତି ୧୮୫ କରୋନା ଆକ୍ରାନ୍ତ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶର ୧୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୧୨,୫୯୧ ନୂଆ ପଜିଟିଭ୍‌ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମଣ ସଂଖ୍ୟା ୬୫ ହଜାର ଟପିଲା। କରୋନା ସଂକ୍ରମଣର ପ୍ରତିଦିନ ପଜିଟିଭିଟି ରେଟ୍‌ ୫.୪୬ ପ୍ରତିଶତ। ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.