ଜଳିଗଲା ସେନା ଗାଡ଼ି, ଜମ୍ମୁ-କାଶ୍ମୀର ପୁଞ୍ଛରେ ୪ ଯବାନ ସହିଦ
ସେନା ଗାଡିରେ ନିଆଁ ଲାଗିବାରୁ ୪ ଯବାନ ସହିଦ ହୋଇଥିବା ଜଣା ପଡିଛି।
![](https://www.odishalink.com/wp-content/uploads/2023/04/JB.jpg)
ଓଏଲ୍ ବ୍ୟୁରୋ: ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଘଟିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜମ୍ମୁ କାଶ୍ମୀର ପୁଞ୍ଛରେ ନିଆଁ ଲାଗି ଜଳିଗଲା ସେନା ଟ୍ରକ। ସେନା ଗାଡିରେ ନିଆଁ ଲାଗିବାରୁ ୪ ଯବାନ ସହିଦ ହୋଇଥିବା ଜଣା ପଡିଛି। ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ।
ଅନ୍ୟପକ୍ଷରେ ସେନା ମୁଖପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଘଟଣା ସହ ଜଡିତ ଭିଡିଓ ଏବଂ ଫଟୋ ପ୍ରସାରଣ ନକରିବାକୁ ନିବେଦନ କରିଛନ୍ତି। ଦୁର୍ଘଟଣା ନିଶ୍ଚିତ ହେବା ପରେ ଖୁବ ଶୀଘ୍ର ଏହି ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ଜମ୍ମୁ କାଶ୍ମୀର ପୁଞ୍ଛରେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ।