ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ବର: ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଆଜି ଥିଲା ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ମଧ୍ୟ ଦାଖଲ କରି ସାରିଛନ୍ତି। ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ ଜାରି କରିଛି ୪୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା। ପ୍ରଚାର ମଙ୍ଗ ଖୋଦ୍ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ନେଇଛନ୍ତି।
ଷ୍ଟାର କ୍ୟାମ୍ପନର ତାଲିକାରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପଦ୍ମନାଭ ବେହେରା ତାଲିକାରେ ରହିଛନ୍ତି। ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚୟନ କରିଛି ଦଳ। ଯଥା ଅରିନ୍ଦମ ରୟ ଏବଂ ସତ୍ୟବ୍ରତ ତ୍ରିପାଠୀ ବା କୁନା ତ୍ରିପାଠୀଙ୍କୁ ଷ୍ଟାର କ୍ୟାମ୍ପନର ଭାବେ ଚୟନ କରିଛି ଦଳ ।
ସେହିପରି ସୁଶାନ୍ତ ସିଂ, ପ୍ରଦାପ କେଶରୀ ଦେବ ଅତୁନ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଦାପ ଜେନା, ସ୍ନେହାଙ୍ଗୀନି ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତଚ ମୁଦୁଲି, ପୁଷ୍ପେନ୍ଦ ସିଂଦେଓ, ଦିବ୍ୟ ଶଙ୍କର ମିଶ୍ର, ରିତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରଶେଖର ସାହୁ, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟକିଶୋପ ନାୟକ, ଦେବୀ ରଢ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥି , ଯୋଗେଶ ସିଂ ,ରୋମାଞଚ ରଞ୍ଜନ ବିଶ୍ୱାଳ ରହିଛନ୍ତି।