Odisha Link
Bridging the Missing Links in Odisha

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା।

ଓଏଲ୍‌ ବ୍ୟୁରୋ: କଟକ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ଖବର ସାମ୍ନାକୁ ଆସିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା।

ଖବର ଅନୁସାରେ, କିଛି ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ କହିଥିଲେ ଯେ, ତାଙ୍କୁ ମାରିବାକୁ ଷଡଯନ୍ତ୍ର ହେଉଛି। ସେ ମଧ୍ୟ କହିଥିଲେ ଯେଉଁ ରାଜ୍ୟରେ ଆଇନ ନାହିଁ, ସେ ରାଜ୍ୟରେ କାହାକୁ ଭରସା କରି କରିହେବନି। ବିଧାୟକଙ୍କୁ ସିଧାସଳଖ ଧମକ ଆସିନାହିଁ କିନ୍ତୁ, ସେ କହିଥିଲେ ରିଲାଏବଲ ସୋର୍ସ ଏବଂ ରେସ୍ପନସେବୁଲ ଏଜେନ୍ସିରୁ ତଥ୍ୟ ଆସିଛି। ଯେ ଜଣେ ଅଫିସର ଯିଏ କି ନିର୍ବାଚନ ମଣ୍ଡଳୀ ଦେଖୁଛନ୍ତି ସେ କୁଆଡେ କ୍ରିମିନାଲ ହାଏର୍ କରିଛି ତାଙ୍କୁ ରାସ୍ତାରୁ ହଟାଇଦେବାକୁ।

ମୁଖ୍ୟମନ୍ତ୍ରୀଙ୍କ ଅଫିସ ଖରାପ ଭାବିବ ବୋଲି ଅଫିସର ମାନେ ଆମ ସହ କଥା ହୁଅନ୍ତି ନାହିଁ ବୋଲି ବିଧାୟକ କହିଥିଲେ। ଗଣତାନ୍ତ୍ରିକ ଦେଶରେ ଜିଲ୍ଲାର ଦାୟିତ୍ବରେ ଥିବା ଅଫିସରମାନେ ବିଧାୟକଙ୍କ ସହ ଆଲୋଚନା ହେବା କଥା କିନ୍ତୁ କରୁନାହାନ୍ତି । ତେଣୁ ସେ ମରିଯିବେ ପଛେ କାହାକୁ ଏଥିପାଇଁ ଅନୁରୋଧ ମାଗିବେ ନାହିଁ ବୋଲି କହିଥିଲେ ପ୍ରଦୀପ ପାଣିଗ୍ରାହୀ।

ବିଧାୟକ କହିଥିଲେ, ମାରିଦେବା ପାଇଁ ଧମକ ହେଉ କିମ୍ବା ମାରି ଦିଅନ୍ତୁ କିନ୍ତୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ହେବେ। ମୁଁ ଏବେ ଏକୁଟିଆ ଆସି ଯାଉଛି ମୋର ଡରିବାର ନାହିଁ। ମାଡ଼ ହେବାକୁ ଥିଲେ ହବ, ମୁଁ ମରିବାର ଅଛି ମରିବି କିନ୍ତୁ ମୋତେ, ମୋ ପରିବାର ଏବଂ ମୋ ୱାର୍କର ଯଦି କାହାର ବି କିଛି କ୍ଷତି ହୁଏ ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ଗୃହମନ୍ତ୍ରୀ ହିଁ ଦାୟୀ ରହିବେ।

Leave A Reply

Your email address will not be published.