ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ ପଟ୍ଟନାୟକ
ଓଡ଼ିଶା କଂଗ୍ରେସର ପ୍ରଚାର କମିଟିର ମୁଖ୍ୟ ଭାବେ ନିଯୁକ୍ତ କଲା କଂଗ୍ରେସ।

ଓଏଲ୍ ବ୍ୟୁରୋ: ନିକଟରେ କଂଗ୍ରେସରେ ମିଶିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମିଳିଛି ଗୁରୁ ଦାୟିତ୍ବ। ତାଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟିର ମୁଖ୍ୟ ଭାବେ ନିଯୁକ୍ତ କଲା କଂଗ୍ରେସ। ଏନେଇ କେସି ଭେନୁଗୋପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ହିସାବରେ ବିଜୟ ପଟ୍ଟନାୟକ ଦାଇତ୍ୱ ଭାର ବହନ କରିବେ।