‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ ହେଲେ ରତନ ଟାଟା
ଭାରତରେ ରତନ ଟାଟା ବ୍ୟବସାୟୀକ ଶିଳ୍ପ ପରୋପକାର ପାଇଁ ବେଶ୍ ପରିଚିତ। ରତନ ଟାଟାଙ୍କର ଯୋଗଦାନର ପ୍ରଭାବ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଛି।

ଓଏଲ୍ ବ୍ୟୁରୋ: ଟାଟା ଗ୍ରୁପର ମୁଖ୍ୟ ତଥା ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରାଯାଇଅଛି। ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ଭାବେ ଅଷ୍ଟ୍ରେଲିଆର ରାଜଦୂତ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛନ୍ତି। ଏନେଇ ଅଷ୍ଟ୍ରେଲିଆର ରାଜଦୂତ ବେରୀ ଓ ଫେରେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ଭାରତ ସହ ଅଷ୍ଟ୍ରେଲିଆରେ ବି ରତନ ଟାଟାଙ୍କ ଯୋଗଦାନ ରହିଛି ଓ ସେ ଜଣେ ବିଶିଷ୍ଠ ଶିଳ୍ପପତି। ଅଷ୍ଟ୍ରେଲିଆର ଫେରେଲ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଭାରତରେ ରତନ ଟାଟା ବ୍ୟବସାୟୀକ ଶିଳ୍ପ ପରୋପକାର ପାଇଁ ବେଶ୍ ପରିଚିତ। ରତନ ଟାଟାଙ୍କର ଯୋଗଦାନର ପ୍ରଭାବ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଛି।
ଖବର ଅନୁସାରେ, ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ନିବେଶ ଏବଂ ସମାଜସେବା ପାଇଁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନଜନକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଟାଟା ପାୱାର ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ରଂଜନ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୁରସ୍କାର ବିତରଣ ଉତ୍ସବର ଫଟୋ ସେୟାର କରିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ସେ ବେଶ୍ ଖୁସି ଅଛନ୍ତି ବୋଲି ରତନ ଟାଟା ଲେଖିଛନ୍ତି।