Odisha Link
Bridging the Missing Links in Odisha

ଫେକ୍‌ ସାର୍ଟିଫିକେଟକୁ ରୋକିବ ୟୁନିକ ଆଇଡି ସିଷ୍ଟମ, ଅଗଷ୍ଟରୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ

ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ୟୁନିକ ଆଇଡି ସିଷ୍ଟମ

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ।

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ର ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ୟୁନିକ ଆଇଡି ସିଷ୍ଟମ। ଏହି ପ୍ରକ୍ରିୟା ମାଧ୍ୟମରେ ଅଗଷ୍ଟରୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ। ଆଧାର ସହ ଲିଙ୍କ୍ ହେବ ୟୁନିକ ଆଇଡି। ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ୱେବସାଇଟ୍‌ରେ ରହିବ। ନକଲି ସାର୍ଟିଫିକେଟ ରୋକିବାକୁ ଏଭଳି ପଦକ୍ଷେପ ନେଇଛି ଏନଇଟିଏଫ।

Leave A Reply

Your email address will not be published.