ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା ଓ ସୁନା ଲୁଟିନେଲେ ଲୁଟେରା
ଲୁଟେରାମାନେ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟି ନେଇଥିବା ବ୍ୟାଙ୍କ କର୍ମଚାରୀ ଅଭିଯୋଗ ଆଣିଛନ୍ତି।
ଓଏଲ୍ ବ୍ୟୁରୋ: ଲୋକମାନେ ଯେତେ ସତର୍କତା ଅବଲମ୍ବନ କରୁଛନ୍ତି ଲୁଟେରା ମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୁଟିବାରେ ଲାଗିଛନ୍ତି। ବାଲେଶ୍ୱର ସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ପ୍ରଥମେ ଲୁଟେରା ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇଥିଲେ। ପରେ ଅତି ଚାଲାକର ସହିତ ଲୁଟେରାମାନେ ଟଙ୍କା, ସୁନା ଲୁଟି ପଳାଇଲେ। ଲୁଟେରାମାନେ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟି ନେଇଥିବା ବ୍ୟାଙ୍କ କର୍ମଚାରୀ ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ୭ରୁ ୮ଜଣ ଡକାୟତ ପଶିଥିଲେ। ଡକାୟତ ମାନେ ବ୍ୟାଙ୍କ ଭିତରେ ପଶି ପିସ୍ତଲ ଦେଖାଇ ଟଙ୍କା, ସୁନା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଟଙ୍କା, ସୁନା ଲୁଟି ପଶ୍ଚିମବଙ୍ଗକୁ ପଳାଇଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି କରିଛି।