କାଳବୈଶାଖୀ ପ୍ରଭାବ, ରାଜ୍ୟର ୧୫ଜିଲ୍ଲାରେ କୁଆପଥର ବର୍ଷାର ଆଶଙ୍କା
ଭୁବନେଶ୍ୱରରେ ମଧ୍ୟ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
ଓଏଲ୍ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ତ୍ରାହି। କାଳବୈଶାଖୀ ପ୍ରବାହରେ ରାଜ୍ୟରେ ଆସନ୍ତା ୨୯ ତାରିଖ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଜି ୧୫ଜିଲ୍ଲାକୁ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଲର୍ଟ। କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳକୁ ଆଲର୍ଟ କରାଯାଇଥିବାବେଳେ ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଂଜାମ, ରାୟଗଡ଼ା, କୋରାପୁଟକୁ ମଧ୍ୟ ସତର୍କ ଜାରି କରାଯାଇଛି। ଭୁବନେଶ୍ୱରରେ ମଧ୍ୟ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା ତାପମାତ୍ରାରେ ନିୟନ୍ତ୍ରଣ ଆସିଯାଇଛି। କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି। ଗତକିଛି ଦିନ ହେବ ଲାଗିରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ବୋଲି ଆଶା ରହିଛି। ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି କାଳବୈଶାଖୀ ପ୍ରବାହରେ ବର୍ଷା ହୁଏ ତେବେ ତାତିରୁ ତ୍ରାହି ମିଳିବ।