Odisha Link
Bridging the Missing Links in Odisha

୪ କୋଟି ଠକେଇ ମାମଲା: ୨ ବ୍ୟାଙ୍କ କର୍ମଚାରୀ ଓ ଜଣେ ଏଲଆଇସି ଏଜେଣ୍ଟ ଗିରଫ

ସିନିଅର ଆସିଷ୍ଟାଣ୍ଡ ପ୍ରକାଶ ମହାପାତ୍ର ଓ ଏଲଆଇସି ଏଜେଣ୍ଟ ମୁସ୍ତାକିମ ରାଜା ଗିରଫ ହୋଇଥିବା ସୂଚନା ରହିଛି।

ଓଏଲ୍‌ ବ୍ୟୁରୋ: ନୂଆପାଟଣାରେ ୪ କୋଟି ଠକେଇ ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଏହି ମାମଲାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ। ଅର୍ବାନ ବ୍ୟାଙ୍କର ୨ ଜଣ କର୍ମଚାରୀ ଓ ଜଣେ ଏଲଆଇସି ଏଜେଣ୍ଟ ଗିରଫ ହୋଇଛନ୍ତି। ନୂଆପାଟଣା ବ୍ରାଞ୍ଚ ଅବସରପ୍ରାପ୍ତ ମ୍ୟାନେଜର ଶେଖ୍ ଅବଦୁଲ ହଇ ଗିରଫ। ସିନିଅର ଆସିଷ୍ଟାଣ୍ଡ ପ୍ରକାଶ ମହାପାତ୍ର ଓ ଏଲଆଇସି ଏଜେଣ୍ଟ ମୁସ୍ତାକିମ ରାଜା ଗିରଫ ହୋଇଥିବା ସୂଚନା ରହିଛି। ନକଲି ଏଲଆଇସି ପଲିସି ଦେଖାଇ ୩.୮୨ କୋଟିର ଋଣ ନେଇଥିଲା ରାଜା। ତେବେ ଏହି ମାମଲାରେ ଅଭିଯୋଗ କ୍ରମେ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଇଓଡବ୍ଲୁ।

Leave A Reply

Your email address will not be published.