ତନ୍ତ୍ର ସାଧନା ନାଁରେ ଠକେଇ ଘଟଣା: ପୁଲିସ ରିମାଣ୍ଡରେ ଯିବ ଅଭିଯୁକ୍ତ
କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।
ଓଏଲ୍ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଠକେଇ କରିଥିବା ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଲୋକ ତାନ୍ତ୍ରିକ କୈଫିକ ଖାନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।
ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାର ସୂଚନା ମିଳିଛି। କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣ ପାଇଛି ତଦନ୍ତ ଚାଲିଛି। କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି। ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କଟକ ଡିସିପି। ତେବେ ରିମାଣ୍ଡରେ ଆଣି ପୁଲିସ ତଦନ୍ତ ଜାରି କଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।