Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ମିଳିଲା ଏକାମ୍ର କଲେଜର ଜଣେ ବାଣିଜ୍ୟ ଛାତ୍ରଙ୍କ ମୃତଦେହ

ସେ ଏକାମ୍ର କଲେଜର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ର ବୋଲି ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଆତ୍ମହତ୍ୟା ଖବର ବଢ଼ିବାରେ ଲାଗିଛି। କିଛି ଦିନ ହେବ ଅନେକ ହଷ୍ଟେଲରୁ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି। ପାଠ ପଢ଼ା ବୟସରେ ଏଭଳି ନିଷ୍ପତି ଅତ୍ୟନ୍ତ ଦୁଃଖର ବିଷୟ। ତେବେ ରାଜଧାନୀରେ ଟ୍ରାଫିକ ଭଲ୍ୟୁଣ୍ଟରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମୃତ ଭଲ୍ୟୁଣ୍ଟର ହେଲେ ଅତୁଲ କୁମାର ସିଆ। ଗତକାଲି ରାତିରେ ଘର ଭିତରେ ଝୁଲି ପଡ଼ିଥିଲେ ଅତୁଲ୍ୟ। ସେ ଏକାମ୍ର କଲେଜର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ର ବୋଲି ଜଣା ପଡିଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୁଲିସ। ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇନି। ତେବେ ବାରମ୍ଵାର ଏଭଳି ଖବର ସାମ୍ନାକୁ ଆସୁଥିବାରୁ ଅଭିଭାବକ ମାନଙ୍କର ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.