Odisha Link
Bridging the Missing Links in Odisha

‘ରାଜ୍ୟରେ କେତେ ଜାତି ଅଛନ୍ତି, ତାହାର ତାଲିକା ଚୂଡାନ୍ତ କରନ୍ତୁ ରାଜ୍ୟ ସରକାର’

କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସଇବିସି ତାଲିକାରେ ରହିବା କଥା।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ। ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ପଛୁଆ ବର୍ଗ ସର୍ଭେକୁ ନେଇ ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ। ବିଜେପିର ସୁରଥ ବିଶ୍ୱାଳ କହିଛନ୍ତି, ରାଜ୍ୟରେ କେତେ ଜାତି ଅଛନ୍ତି, ତାହାର ତାଲିକା ଚୂଡାନ୍ତ କରନ୍ତୁ ରାଜ୍ୟ ସରକାର। କେଉଁ କେଉଁ ଜାତି ଏସଇବିସି ତାଲିକାରେ ଅଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍। କେନ୍ଦ୍ର ଓବିସି ତାଲିକାରେ ଥିବା ୧୪ଟି ଜାତି, ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି। ତେଣୁ କେମିତି ସର୍ଭେ କରିବେ ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେପି।

ସୁରଥ ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି, ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର। ପଛୁଆ ବର୍ଗଙ୍କ ଅକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି। ଏସଇବିସି ତାଲିକାରେ ଅନେକ ଜାତିର ନା ନାହିଁ କିନ୍ତୁ କେନ୍ଦ୍ର ଓବିସି ତାଲିକାରେ ଅଛି। କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସଇବିସି ତାଲିକାରେ ରହିବା କଥା।୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସିରୁ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କଲା ବିଜେପି।

ପ୍ରଦୀପ ଜେନା ନଜାଣି ମିଛ କହିଲେ, ନା ବିଭ୍ରାନ୍ତି କରିବାକୁ ମିଛ କହିଲେ, ନା ରାଜ୍ୟର ୫୪ ଭାଗ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କଲା ବିଜେପି। ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ଏକ ପ୍ରହସନ ଓ ପ୍ରବଞ୍ଝନା ବୋଲି କହିଛି ବିଜେପି। କେବଳ ଲୋକଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବାକୁ ଏଭଳି ପ୍ରହସନ ଚାଲିଥିବା କହିଛନ୍ତି ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ।

Leave A Reply

Your email address will not be published.