ସମ୍ବଲପୁର ହିଂସା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ଜିହାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିବାରୁ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।
![](https://www.odishalink.com/wp-content/uploads/2023/05/bjp-s.jpg)
ଓଏଲ୍ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଭାରତୀୟ ଜନତା ପାର୍ଟିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ। କ୍ଷେତ୍ର ପରିଦର୍ଶନ ପରେ କେନ୍ଦ୍ରୀୟ ବିଜେପି ଟିମର ସିବିଆଇ ତଦନ୍ତ ଦାବି। ସମ୍ବଲପୁର ହିଂସା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି ଟିମ୍। ପ୍ରେସ୍ କନଫରେନ୍ସରେ ଦାବି କଲେ ଟିମ୍ ସଦସ୍ୟ ବ୍ରିଜଲାଲ। ଜିହାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିବାରୁ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।
ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବା ସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଥିବାବେଳେ ମୃତକଙ୍କ ଘରେ ତାଲା ପଡିଥିଲା ଦେଖିବାକୁ ମିଳିଥିଲା। ପରେ ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି ବିଜେପିର କେନ୍ଦ୍ରୀୟ ଟିମ୍। ବ୍ରିଜଲାଲ କହିଥିଲେ, ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା। ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି, ଆଉ ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା।