ବନ୍ୟପ୍ରାଣୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି, ମିଳିବ ୬ ଲକ୍ଷ ଟଙ୍କା
ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଓଏଲ୍ ବ୍ୟୁରୋ: ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି ହୋଇଥିବା ଘୋଷଣା କରାଯାଇଛି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମୃତାହତଙ୍କୁ ମିଳିବ ୬ ଲକ୍ଷ ଟଙ୍କା। ପୂର୍ବରୁ ଅନୁକମ୍ପା ରାଶି ୪ ଲକ୍ଷ ଟଙ୍କା ଥିବାବେଳେ ତାହା ବର୍ତ୍ତମାନ ବୃଦ୍ଧି କରାଯାଇ ୬ ଲକ୍ଷରେ ପହଁଚିଛି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢ଼ଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି କରାଯାଇଛି। ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ମିଳିବ। ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳିମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।