ତନ୍ତ୍ର ସାଧନା ନାଁରେ ଠକେଇ ଘଟଣା: କୈଫିକ ଖାନ୍ର ସହଯୋଗୀ ଗିରଫ
ଠକେଇ ମାମଲାରେ ଟଙ୍କା କାରବାରର ମିଡିଲମ୍ୟାନ୍ ଥିଲା ଇସ୍ରାଏଲ୍।

ଓଏଲ୍ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁଲିସ। ତେବେ ଏହି ଘଟଣାରେ ଠକ ତାନ୍ତ୍ରିକ କୈଫି ଖାନ୍ର ସହଯୋଗୀ ଗିରଫ ହୋଇଛି। ସହଯୋଗୀ ଇସ୍ରାଏଲକୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ଠକେଇ ମାମଲାରେ ଟଙ୍କା କାରବାରର ମିଡିଲମ୍ୟାନ୍ ଥିଲା ଇସ୍ରାଏଲ୍।
କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୁଲିସ। ତେବେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ କରୁଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଅନୁମୋଦନ ଦେଇଛି କଟକ ଜେଏମଏଫସି କୋର୍ଟ। ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଫିକ ଟଙ୍କା ନେଉଥିବାର ଭିଡିଓ ଭାଇରାଲ ହେଉଛି। ତେବେ ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ କୈଫିକ ଖାଁ। ଅଭିଯୁକ୍ତକୁ ରିମାଣ୍ଡରେ ନେବା ପରେ ଗୁମର ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି। ତେବେ ରିମାଣ୍ଡରେ ଆଣି ପୁଲିସ ତଦନ୍ତ ଜାରି କଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ପୂର୍ବରୁ ଏହି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ୍ମିଟରେ ସୂଚନା ଦେଇଥିଲେ ଯେ, ଠକେଇ କରିଥିବା ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଲୋକ ତାନ୍ତ୍ରିକ କୈଫିକ ଖାନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଥିଲେ କଟକ ଡିସିପି ପିନାକ ମିଶ୍ର।
ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାର ସୂଚନା ମିଳିଛି। କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣ ପାଇଛି ତଦନ୍ତ ଚାଲିଛି। କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଥିଲେ କଟକ ଡିସିପି।