ଆସନ୍ତା ମେ’୭ରେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତା ୭ରେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଏଲ୍ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତ୍ରିମୁଖୀ ନେତାଙ୍କ ଭିତରେ ଲଢେଇ ଲାଗିଥିବାବେଳେ ପ୍ରଚାର ମୈଦାନରେ ଅନେକ ରାଜନେତାଙ୍କ ଭିଡ଼ ଲାଗିଛି। ଏଠି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣା ପଡିଛି। ଆସନ୍ତା ୭ରେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନିର୍ବାଚନରେ ବିଜେଡିରୁ ଲଢ଼ୁଛନ୍ତି ଦୀପାଳି ଦାସ ଯାହା ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ସେ ପ୍ରଚାର ମୈଦାନକୁ ଆସିବେ କି ନାହିଁ ସ୍ପଷ୍ଟ ହୋଇପାରିନାହିଁ। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଛି ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା। ନିର୍ବାଚନକୁ ନଜରରେ ରଖି ଦଳୀୟ ନେତା ଜୋର ନିର୍ବାଚନୀ ପ୍ରଚାରରେ ଲାଗିପଡିଥିବାବେଳେ ଅନେକ ବଡ଼ ଖବର ସାମ୍ନାକୁ ଆସିଥିଲା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।