ରାଜଧାନୀରେ ଅମାନିଆଙ୍କ ଆତଙ୍କରାଜ, ହଷ୍ଟେଲ ଯୁବତୀଙ୍କୁ କମେଣ୍ଟ ମାରିବା ସହ ଆକ୍ରମଣ
ଯୁବତୀମାନଙ୍କ ଅଭିଯୋଗ ଭିତ୍ତି କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପକ୍ରିୟା ଆରମ୍ଭ କରିଛି ପୁଲିସ।

ଓଏଲ୍ ବ୍ୟୁରୋ: ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୄଯ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛି। ତେବେ ରାଜ୍ୟ ରାଜଧାନୀରେ ଘଟିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଏକ ଲେଡିଜ ହଷ୍ଟେଲରେ ଦୁର୍ବୃତ୍ତ ମାନେ ଆତଙ୍କରାଜ କରିଥିବା ଜଣା ପଡିଛି। ହଷ୍ଟେଲ ଯୁବତୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଛନ୍ତି ୧୦ରୁ ଅଧିକ ଯୁବକ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ। ଯୁବତୀମାନଙ୍କ ଅଭିଯୋଗ ଭିତ୍ତି କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପକ୍ରିୟା ଆରମ୍ଭ କରିଛି ପୁଲିସ।
ଖବର ଅନୁସାରେ, ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ ଏଭଳି ସାଙ୍ଘାତିକ ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ କହିବା ଅନୁସାରେ, ହଷ୍ଟେଲ ଆଗରେ ସେ ଛିଡା ହୋଇଥିଲେ। ଏହି ସମୟରେ କିଛି ଯୁବକ ଟେକା ଫିଙ୍ଗିଥିଲେ। ଏନେଇ ଯୁବତୀ ବିରୋଧ କରିବାରୁ ଧମକ ଚମକ ଦେଇଥିଲେ। ପରେ ଧକ୍କା ମାରିବା ସହ ମାଡ଼ ମାରିଥିଲେ। ଚିତ୍କାର ଶୁଣି ହଷ୍ଟେଲର ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ଉକ୍ତ ଯୁବକ। ଏପରିକି ପ୍ରାୟ ୧୦ଜଣରୁ ଅଧିକ ଦୃର୍ବୁତ୍ତ ଆତଙ୍କ ଖେଳାଇଛନ୍ତି। ଏନେଇ ହଷ୍ଟେଲର ପ୍ରାୟ ୩୦ରୁ ଅଧିକ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।