ଏମ୍ଏସସିବିୟୁର ସମାବର୍ତ୍ତନ ଉତ୍ସବକୁ ପୂର୍ବତନ ମନ୍ତ୍ରୀଙ୍କୁ ଛାଡିଲାନି ପୁଲିସ, ରାଗରେ ଚିରିଲେ ନିମନ୍ତ୍ରଣ କାର୍ଡ
ସମାବର୍ତ୍ତନ ଉତ୍ସବକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା କହିଲେ ସରସ୍ବତୀ ହେମ୍ବ୍ରମ।

ଓଏଲ୍ ବ୍ୟୁରୋ: ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଉତ୍ସବରେ ଘଟିଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ପୂର୍ବତନ ମନ୍ତ୍ରୀଙ୍କୁ ଛାଡିଲାନି ପୁଲିସ। ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମଙ୍କୁ ଉତ୍ସବକୁ ଛାଡ଼ିଲେନି ପୁଲିସ କର୍ମୀ। ଉତ୍ସବକୁ ନଛାଡିବାରୁ ରାଗରେ ନିମନ୍ତ୍ରଣ କାର୍ଡ ଚିରିଦେଲେ ସରସ୍ବତୀ। ସମାବର୍ତ୍ତନ ଉତ୍ସବକୁ ନିମନ୍ତ୍ରଣ କରି ଅପମାନିତ କରାଯାଇଥିବା କହିଲେ ସରସ୍ବତୀ ହେମ୍ବ୍ରମ।