ମହାମହିମଙ୍କ ମହାନତା, ସମାବର୍ତ୍ତନ ଉତ୍ସବରେ ଲାଇଟ କଟିବା ସତ୍ତ୍ୱେ ଜାରି ରଖିଲେ ଭାଷଣ
ଆଜି ଆମେ ଅନ୍ଧାରରେ ବସିଛୁ ବୋଲି କହିଲେ ରାଷ୍ଟ୍ରପତି।

ଓଏଲ୍ ବ୍ୟୁରୋ: ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ଏହି ଅବସରରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ୯ମିନିଟ ଅନ୍ଧାର ହୋଇଯାଇଥିଲା। ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି। ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ। ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି। ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ, ଅନ୍ଧାରରେ ଭାଷଣ ଦେଲା ବେଳେ ଏକପ୍ରକାର ଅସନ୍ତୋଷ ବ୍ୟକ୍ତକଲେ ରାଷ୍ଟ୍ରପତି। ଭାଷଣ ଛଳରେ ନିଜ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି। ସୁନ୍ଦର ଯେତିକି, ଅନ୍ଧାର ସେତିକି…ପଂକ୍ତି ଉଚାରଣ କଲେ ରାଷ୍ଟ୍ରପତି। ଆଜି ଆମେ ଅନ୍ଧାରରେ ବସିଛୁ ବୋଲି କହିଲେ ରାଷ୍ଟ୍ରପତି। ତେବେ ଏହି ଅନ୍ଧାର ହେବାକୁ ନେଇ ସ୍ୱୀକାର କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଅନ୍ଧାର ହୋଇଥିବା ନେଇ ମାନିଛି ବିଭାଗ। ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ବିଜୁଳି ନଥିବା ମାନିଲା। ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା କହିଲା।