ମନି ଲଣ୍ଡରିଂ ମାମଲା: ପୁଣି କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି
ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।
ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହେଲେନି ଶ୍ରଦ୍ଧାଞ୍ଜଳି। ପୁଣି ୧୫ ଦିନ ସମୟ ମାଗିଲେ ଶ୍ରଦ୍ଧାଞ୍ଜଳି ବେହେରା। ଆସନ୍ତା ୨୦ରେ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛି କୋର୍ଟ।
ଗତ ୨୪ରେ କୋର୍ଟରେ ହାଜର ହୋଇନଥିବା ଜଣା ପଡିଥିଲା। ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ହାଜର ହୋଇନଥିଲେ। ତେବେ ଆଜି ପୁଣି ଥରେ କୋର୍ଟରେ ହାଜର ହୋଇନାହାନ୍ତି ଅର୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି।
ଖବର ଅନୁସାରେ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।
ଅର୍ଚ୍ଚନା ନାଗଙ୍କୁ ମଧ୍ୟ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।