ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇବାକୁ କହିଲେ ସୁପ୍ରିମକୋର୍ଟ।
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ସମ୍ପର୍କିତ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟାଇଲେ। ମୃଣାଳିନୀ ପାଢୀଙ୍କ ପକ୍ଷରୁ ଦାୟର ମାମଲାର ଘଟିଲା ଅନ୍ତ। ଶ୍ରୀମନ୍ଦିର କମିଟି ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ଅନ୍ତ ଘଟିଥିବା ସୂଚନା ମିଳିଛି।
ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଅନ୍ତ ପରେ ବି ଆବେଦନକାରୀଙ୍କୁ କୋର୍ଟଙ୍କ ସୁଯୋଗ। କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇବାକୁ କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ନହେଲେ ହାଇକୋର୍ଟରେ ଜଣାଇପାରିବେ ଏବଂ ନିର୍ଦ୍ଦେଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ।