ପୂର୍ବତନ ବିଧାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍
ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।
ଓଏଲ୍ ବ୍ୟୁରୋ: ଆୟକର ବିଭାଗ ଜାଲରେ ଆଉ ଜଣେ ଚର୍ଚ୍ଚିତ ଚେହେରା। ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍। ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ାରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ହୋଇଛି। ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।