୩ ଜିଲ୍ଲାରେ ମାଓ ସ୍ଥିତି ସମୀକ୍ଷା କରିବେ ଗୁଇନ୍ଦା ନିର୍ଦେଶକ
୩ ଜିଲ୍ଲାର ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ କରିବେ ସ୍ଥିତି ସମୀକ୍ଷା।
ଓଏଲ୍ ବ୍ୟୁରୋ: ମାଓ ଅଂଚଳରେ ପୁଣି ନକ୍ସଲମାନେ ଜଘନ୍ୟକାଣ୍ଡ ଘଟାଉଥିବା ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର ସ୍ଥିତି ସମୀକ୍ଷା କରିବାକୁ ଯିବେ ମାଓ ଅଂଚଳ। ୩ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ କରିବେ ସ୍ଥିତି ସମୀକ୍ଷା କରିବେ ଗୁଇନ୍ଦା ନିର୍ଦେଶକ। ୩ ଜିଲ୍ଲାର ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ କରିବେ ସ୍ଥିତି ସମୀକ୍ଷା।
ପୂର୍ବରୁ ବିଳମ୍ବିତ ରାତିରେ ଘରୁ ଡାକିନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଥିଲା। ଫୁଲବାଣୀ ଫିରିଙ୍ଗିଆ ସାଉଲ୍ ପଡ଼ାରେ ଘଟିଥିଲା ଏହି ଘଟଣା। ନକ୍ସଲଙ୍କ ଏପରି କାଣ୍ଡ ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।