ଇ-କମର୍ସ କମ୍ପାନୀ ବିରୁଦ୍ଧରେ ନୋଟିସ ଜାରି କଲେ କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ
ସେମାନେ ଖାଉଟି ଅଧିକାର ଲଂଘନ କରିବା ଓ ବେଆଇନ ବାଣିଜ୍ୟ କାରବାର କରିବା ଅଭିଯୋଗ ଲଗାଯାଇଥିବା ଜଣା ପଡିଛି।
ଓଏଲ୍ ବ୍ୟୁରୋ: କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ପକ୍ଷରୁ ଅନଲାଇନ ବ୍ୟବସାୟ କରୁଥିବା ୫ଟି ଇ-କମର୍ସ କମ୍ପାନୀ ବିରୁଦ୍ଧରେ ନୋଟିସ ଜାରି କରାଯାଇଛି। ନୋଟିସ ଅନୁସାରେ, ବେଆଇନ ବାଣିଜ୍ୟ କାରବାର କରିବା ଅଭିଯୋଗ ହୋଇଛି। ସେମାନେ ସିଟ୍ବେଲ୍ଟ ଆଲାରାମ ଷ୍ଟପର କ୍ଲିପ୍ ବିକ୍ରି କରିଥିଲେ। କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ମୁଖ୍ୟ କମିଶନର ନିଧି ଖରେ ଆମାଜନ୍, ଫ୍ଲିପକାର୍ଟ, ସ୍ନାପ୍ଡିଲ୍, ସପକ୍ଲୁଜ୍ ଓ ମିଶୋ ବିରୁଦ୍ଧରେ ଏହି ନୋଟିସ୍ ଜାରି କରିଛନ୍ତି। ସେମାନେ ଖାଉଟି ଅଧିକାର ଲଂଘନ କରିବା ଓ ବେଆଇନ ବାଣିଜ୍ୟ କାରବାର କରିବା ଅଭିଯୋଗ ଲଗାଯାଇଥିବା ଜଣା ପଡିଛି। ତେବେ ଜାରି ହୋଇଥିବା ଏହି ନୋଟିସ ଅନୁସାରେ ବେଆଇନ ବାଣିଜ୍ୟ କାରବାର ଉପରେ ରୋକ ଲାଗିବାର ସମ୍ଭାବନା ରହିଛି।