ରାଜଧାନୀ ଭୁବନେଶ୍ୱରକୁ ଜଗିବ ଡ୍ରୋନ୍
ଡେମୋ କରି ଦେଖାଇଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ଉପରେ ଏଥର ନଜର ରଖିବ ଡ୍ରୋନ୍। ନୂତନ ଟେକ୍ନୋଲୋଜି ମାଧ୍ୟମରେ ପାଟ୍ରୋଲିଙ୍ଗ କରିବା ପାଇଁ ଡ୍ରୋନ୍ ନିୟୋଜିତ କରିବାକୁ କମିଶନର୍ ପୁଲିସ ନିଷ୍ପତ୍ତି ନେଇଛି। ସନ୍ଦିଗ୍ଘ ବ୍ୟକ୍ତି ଓ ଗାଡି ଉପରେ ଡ୍ରୋନ୍ ରଖିବ ନଜର। ଡେମୋ କରି ଦେଖାଇଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଆଇନ ଶୃଙ୍ଖଳାର ତଦାରଖ ଏବଂ ଭିଡ଼ ପରିଚାଳନାକୁ ସୁଦୃଢ଼ କରିବା ପାଇଁ କମିଶନରେଟ୍ ପୁଲିସ ବର୍ତ୍ତମାନ ନୂତନ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରସ୍ତୁତ ହୋଇଥିବା ଉନ୍ନତ ମାନର ଡ୍ରୋନ୍ ଯାହାର ପରିସର ୫ କିଲୋମିଟର ଏବଂ ଏହା ୫୦୦ ମିଟର ଉଚ୍ଚତାରୁ କାର୍ଯ୍ୟକଳାପ ଉପରେ ନଜର ରଖିପାରିବ। ଉନ୍ନତ ମାନର ଡ୍ରୋନ୍ ସହରରେ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ୍ ପରିଚାଳନା ଏବଂ ତଦାରଖ ପାଇଁ ବ୍ୟବହୃତ ହେବ।