Odisha Link
Bridging the Missing Links in Odisha

ଛତିଶଗଡ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଘଟଣା: ବନ୍ଦ ହେଲା ମୁଣ୍ଡଳି ଟୋଲଗେଟ୍

ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ହେଲା ଟୋଲଗେଟ୍।

ଓଏଲ୍‌ ବ୍ୟୁରୋ: ଗତକାଲି ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟରେ ତୀର୍ଥ ଯାତ୍ରା ଶେଷ କରି ଛତିଶଗଡ଼ ଯାଉଥିଲା ବସ। ହେଲେ ସାମାନ୍ୟ କେତେ ତାଙ୍କ ଟୋଲ୍ ଗେଟ୍ କର୍ମଚାରୀ ତୀର୍ଥଯାତ୍ରୀଙ୍କୁ ଠେଙ୍ଗାରେ ଗୋଡାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସରକାର ପଦକ୍ଷେପ ନେଇଛନ୍ତି। ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ହେଲା ଟୋଲଗେଟ୍।

ଅନ୍ୟପଟେ, ସ୍ୱତନ୍ତ୍ର ବସରେ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଯିବାକୁ ବ୍ୟବସ୍ଥା କରାଯାଉଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ତୀର୍ଥଯାତ୍ରୀଙ୍କୁ ରହିବା ବ୍ୟବସ୍ଥା କରାଯିବା ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟୋଲ ଗେଟ ବନ୍ଦ କରିଛି ଆଠଗଡ଼ ପ୍ରଶାସନ। ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ନିଆଯିବ ନିଷ୍ପତି। ଏନେଇ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ।

ଖବର ଅନୁସାରେ, ଗତ ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ଟୋଲ୍ ଫି ଆଦାୟକୁ ନେଇ ଆଠଗଡ଼ ମୁଣ୍ଡଳି ଟୋଲ୍ ଗେଟରେ ଗଣ୍ଡଗୋଳ ହୋଇଥିଲା। ଟୋଲ୍ ଗେଟ୍ କର୍ମଚାରୀ ବସ୍ ପିଛା ୫ ଶହ ଟଙ୍କା ଦେବାକୁ କହିଥିଲେ। ହେଲେ ପ୍ରତିଥର ୨ ଶହ ଟଙ୍କା ଦେଇ ଯିବା ଆସିବା କରୁଥିବା କହିଥିଲେ ବସ୍ ଡ୍ରାଇଭର। ଏହାକୁ ନେଇ ବଚସା ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ। ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.