କାଲି ବାହାରିବ ରେଜଲ୍ଟ, ଆଜି ଝୁଲନ୍ତା ଅବସ୍ଥାରେ ମିଳିଲା ଜଣେ +୨ ଛାତ୍ରଙ୍କ ମୃତଦେହ
ତେବେ ମୃତ୍ୟୁ କାରଣର ସ୍ପଷ୍ଟ ନଥିବାବେଳେ ପୁଲିସ ତଦନ୍ତ ଜାରି କରିଛି।

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କୋଚିଂ ସେଣ୍ଟରରୁ ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣଙ୍କ ଢେଙ୍କାନାଳ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଶୁଭ୍ରାଂଶୁ ପଣ୍ଡା। ତେବେ ମୃତ୍ୟୁ କାରଣର ସ୍ପଷ୍ଟ ନଥିବାବେଳେ ପୁଲିସ ତଦନ୍ତ ଜାରି କରିଛି।
ଖବର ଅନୁସାରେ, ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ। ଏନେଇ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ୩୧ ତାରିଖ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ଛାତ୍ରଛାତ୍ରୀ ନିଜର ଫଳାଫଳ ଜାଣିବା ପାଇଁ orissaresults.nic.in କିମ୍ବା chseodisha.nic.in ୱେବସାଇଟରେ ଯାଇ ଚେକ କରିପାରିବେ।