ପିଛା ଛାଡ଼ୁନି ରେଳ ଭୟ, କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଓଏଲ୍ ବ୍ୟୁରୋ: ଜୁନ୍ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ଲିଭି ନଥିବା ବେଳେ ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଆତଙ୍କିତ କରି ପକାଇଛି।
ଟ୍ରେନକୁ ନେଇ କୌଣସି ଖବର ସାମ୍ନାକୁ ଆସିଲେ ଲୋକଙ୍କ ମନରେ ବଢୁଛି ଭୟ। ତେବେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସୁଥିବାବେଳେ ରୁପସା ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନରେ ଲାଗିଲା ନିଆଁ। ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।