ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ସାମାନ୍ୟ ଆଶ୍ବସ୍ତି
ନିମ୍ନ ଅଦାଲତକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସଂଗ୍ରାମ
ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନଥିବା ବେଳେ ଡିଏଫଓ ସଂଗ୍ରାମ ବେହେରାଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି। ପରବର୍ତ୍ତୀ ଶୁଣାଣି ଯାଏ କଠୋର ପଦକ୍ଷେପ ନନେବାକୁ ନିର୍ଦେଶ। ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି। ନିମ୍ନ ଅଦାଲତକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସଂଗ୍ରାମ।
ଖବର ଅନୁସାରେ, ମୃତ ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଏଥିରେ ଦର୍ଶାଇଥିଲେ ଯେ, ପୁଅ ସୌମ୍ୟ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ ହତ୍ୟା ଷଡ଼ଯନ୍ତ୍ର ରହିଛି। ଏହି ଆବେଦନର ଶୁଣାଣି କରି କୋର୍ଟ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୀର୍ଘ ଦିନର ମୃତ୍ୟୁ ଘଟଣା ଉପରୁ ଏପର୍ଯ୍ୟନ୍ତ ପରଦା ହଟି ପାରିନାହିଁ।