Odisha Link
Bridging the Missing Links in Odisha

ୱାଗନର୍ ଗ୍ରୁପର ରୁଷ ବିରୁଦ୍ଧରେ ବିଦ୍ରୋହ: ରୁଷିଆକୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଲେ ପୁଟିନ୍‌

ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ରୁଷିଆ ରାଷ୍ଟ୍ରପତି।

ଓଏଲ୍‌ ବ୍ୟୁରୋ: ଅନ୍ତ ହେଉନି ରୁଷ-ୟୁକ୍ରେନ୍‌ ଲଢ଼େଇ। ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। କିନ୍ତୁ ଏହାରି ଭିତରେ ଯୁଦ୍ଧକୁ ଦେଢ଼ ବର୍ଷ ବିତିଯାଇଛି। ଦୀର୍ଘ ଦିନ ଧରି ଏହି ଯୁଦ୍ଧ ଜାରି ରହିଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବର୍ତ୍ତମାନ ବିଦ୍ରୋହ ଆରମ୍ଭ ହୋଇଥିବା ଏକ ପ୍ରକାର ସଂକେତ ମିଳିଛି।

ଏହା ପରେ ରୁଷିଆକୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଲେ ପୁଟିନ୍‌। ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ରୁଷିଆ ରାଷ୍ଟ୍ରପତି। ରୁଷିଆ ବିରୋଧରେ ଶସ୍ତ୍ର ଉଠାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭ୍ଲାଦିମିର ପୁଟିନ।

ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, ଏବେ ୱାଗନର୍ ଗ୍ରୁପ୍ ରୁଷ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛି। ୱାଗନର୍ ପିଏମସି ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କର ଯୋଦ୍ଧାମାନେ ୟୁକ୍ରେନରୁ ରୁଷକୁ ସୀମା ଅତିକ୍ରମ କରିଛନ୍ତି। ରୁଷ ସେନା ବିରୋଧରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି। ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି। ତେବେ ଏହି ଦାବି ଅନ୍ୟ କୌଣସି ପକ୍ଷରୁ ନିଶ୍ଚିତ ହୋଇପାରିନାହିଁ। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଥିଲା।

Leave A Reply

Your email address will not be published.