ବ୍ୟାପୁଛି ଡେଙ୍ଗୁ! ଜାଣନ୍ତୁ କେମିତି ରହିବେ ସତର୍କ
ମଶା ବଂଶ ବୃଦ୍ଧି ପାଇବା ସ୍ୱାଭାବିକ ଓ ଏଥିଯୋଗୁଁ ଡେଙ୍ଗୁ ଏବଂ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ବର୍ଷା କାରଣରୁ ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ସହ ଅସହ୍ୟ ତାତିରୁ ତ୍ରାହି ମିଳିଛି।
ମୌସୁମୀ ବର୍ଷା ହେବା ପରେ ମଶା ବଂଶ ବୃଦ୍ଧି ପାଇବା ସ୍ୱାଭାବିକ ଓ ଏଥିଯୋଗୁଁ ଡେଙ୍ଗୁ ଏବଂ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଅନେକ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଅଛନ୍ତି।
ଡେଙ୍ଗୁ ଏବଂ ମ୍ୟାଲେରିଆ ରକ୍ଷା ପାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ସାବଧାନତା ଅବଲମ୍ବନ କରିବା ଦ୍ୱାରା ମଶାବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ।
ମୌସୁମୀ ବର୍ଷା ଆରମ୍ଭ ହେବା ପରେ ମଶା ବଂଶ ବୃଦ୍ଧି ପାଇବା ସ୍ୱାଭାବିକ ଓ ଏଥିଯୋଗୁଁ ଡେଙ୍ଗୁ ଏବଂ ମ୍ଯାଲେରିଆ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଏଥିରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ମଶାବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖନ୍ତୁ। #OdishaCares pic.twitter.com/H3lDnvRLl0
— H & FW Dept Odisha (@HFWOdisha) June 29, 2023