ହାତୀ ଆକ୍ରମଣରେ ମହିଳା ମୃତ

ଆଠମଲ୍ଳିକ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି। ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ସୁବାସିନୀ ନାୟକ।
ମିଳିଥିବା ସୂଚନା ଅନୁସାରେ, ବଡ଼ି ଭୋର୍ରୁ ସୁବାସିନୀ ଶୌଚହେବା ପାଇଁ ବାହାରକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଶୁଣ୍ଢରେ ଉଠାଇ ନେଇ ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁଃଖଦାୟକ ଘଟଣାରେ ମର୍ମାହତ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି ଆଠମଲ୍ଲିକ-ଅନୁଗୋଳ ରାସ୍ତା ଅବରୋଧ କରିଥିଲେ। ଫଳରେ ସେ ରାସ୍ତାରେ ଗମନାଗମନ ବାଧାପାଇଛି।
Comments are closed.