ବର୍ଷାଦିନେ ବ୍ୟାପିଥାଏ ଡାଇରିଆ, ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ବର୍ଷା ପ୍ରଭାବରେ ସାଧାରଣତଃ ଡାଇରିଆ ରୋଗ ବ୍ୟାପିଥାଏ। ଏଥିରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କତା ଅନୁସାରେ, ପାଣିକୁ ଫୁଟେଇ ଓ ଛାଣି ପିଅନ୍ତୁ, ଖାଇବା ପୂର୍ବରୁ ଓ ପରେ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ, ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଏବଂ ତରଳ ଝାଡ଼ା ହେଲେ ଓଆରଏସ୍ ସେବନ କରିବାକୁ କୁହାଯାଇଛି।
ସାଧାରଣତଃ ବର୍ଷାଦିନେ ଡାଇରିଆ ରୋଗ ବ୍ୟାପିଥାଏ। ଏଥିରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପାଣିକୁ ଫୁଟେଇ ଓ ଛାଣି ପିଅନ୍ତୁ, ଖାଇବା ପୂର୍ବରୁ ଓ ପରେ ହାତକୁ ଭଲଭାବେ ସାବୁନ୍ ରେ ଧୁଅନ୍ତୁ, ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଏବଂ ତରଳ ଝାଡ଼ା ହେଲେ ଓ ଆର୍ ଏସ୍ ସେବନ କରନ୍ତୁ। #OdishaCares pic.twitter.com/mQHu9CsCZu
— H & FW Dept Odisha (@HFWOdisha) July 13, 2023