Odisha Link
Bridging the Missing Links in Odisha

ମ୍ୟାଲେରିଆ ରୋଗର ନିରାକରଣ ପାଇଁ ସଚେତନତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ମୌସୁମୀ ପ୍ରଭାବରେ ଚାରିଆଡେ ବର୍ଷା ଲାଗିରହିଛି। ବର୍ଷା କାରଣରୁ ଅନେକ ବ୍ୟକ୍ତି ବହୁ ସଂକ୍ରମଣ ରୋଗରେ ପଡ଼ିଥାନ୍ତି। ତେବେ ମ୍ୟାଲେରିଆ ରୋଗର ନିରାକରଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସତର୍କତା ଜାରି କରାଯାଇଛି। ଶୋଇବା ସମୟରେ ମଶାରୀ ନିଶ୍ଚିତ ବ୍ୟବହାର କରିବା ସହ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମ୍ୟାଲେରିଆ ଚିହ୍ନଟ ହେଲେ ଔଷଧ ସମ୍ପୂର୍ଣ୍ଣ ମାତ୍ରାରେ ସେବନ କରିବାକୁ କୁହାଯାଇଛି। ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ଆଶାକର୍ମୀଙ୍କ ପାଖରେ ଏବଂ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନାମୂଲ୍ୟରେ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.