Odisha Link
Bridging the Missing Links in Odisha

ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ: ୯ଟି ଗାଡ଼ି ଜବତ,୨୫ ହଜାର ଲେଖାଏଁ ଜରିମାନା

ସ୍ପେଶାଲ ଡ୍ରାଇଭରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ସାବଧାନ ରୁହନ୍ତୁ। ଆଜିଠୁ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଯାଇଅଛି। କଟକ ସହରର ବିଭିନ୍ନ ସ୍କୁଲ୍‌ରେ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୧୮ ବର୍ଷରୁ କମ୍ ବୟସ୍କ ପିଲା ସ୍କୁଲ୍‌କୁ ଗାଡ଼ି ନେଇ ଆସୁଥିବାରୁ ରେଡ୍ ହୋଇଛି। ୯ଟି ଗାଡ଼ି ଜବତ ସହ ପ୍ରତି ଗାଡ଼ିକୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି।

ସୂଚନା ଥାଉକି, ସାଧାରଣତଃ ବର୍ତ୍ତମାନ ସମସ୍ତେ ଗାଡି ଚଳାଇବାକୁ ଭଲ ପାଉଥିବାବେଳେ ପୂର୍ବାପେକ୍ଷା ପ୍ରତି ଘରେ ଗାଡି ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖାଲି ସେତିକି ନୁହେଁ, ଗାଡି ସଂଖ୍ୟା ତୁଳନାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗାଡି ଚଳାଉଥିବା ଗାଡି ଚାଳକଙ୍କ ପାଇଁ ଏକ ସ୍ଥିର ବୟସସୀମା ଥିଲେ ମଧ୍ୟ ବୟସ ଆଗରୁ ଅର୍ଥାତ ଛୋଟ ପିଲା ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି।

ଅନେକ ସ୍ଥାନରେ ବିଦ୍ୟାଳୟକୁ ମଧ୍ୟ ସ୍କୁଲ ପିଲା ଗାଡି ନେଇ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ବେଆଇନ ଗାଡି ଚଳାଇବା ବ୍ୟକ୍ତିଙ୍କୁ ରୋକିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ପେଶାଲ ଡ୍ରାଇଭରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋଟର ଯାନ ଆଇନ ଅନୁଯାୟୀ ଏହି ଆକ୍ସନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.