ପାଣି ଟାଙ୍କିରୁ ଉଦ୍ଧାର ହେଲା ବାଳକ
ରାଉରକେଲା : କଥାରେ ଅଛି ରଖେ ହରି ମାରେ କିଏ। ଯାହାକୁ ଭଗବାନ ବଂଚାଇ ରଖିବେ, ତାକୁ କେହି ମାରି ପାରିବେ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡାର ଜଣେ ବାଳକଙ୍କ କ୍ଷେତ୍ରରେ। ପାଣି ଟାଙ୍କି ଭିତରେ ଦୀର୍ଘ ୧୦ ଦିନ ରହିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବାଳକକୁ। ପାରା ଧରିବାକୁ ସଂପୃ୍କ୍ତ ବାଳକ ପାଣିଟାଙ୍କିରେ ଫସିଯାଇଥିଲା। ଆଉ ସେଠାରେ ପାଣି ପିଇ ଜୀବନ ବଞ୍ଚାଇଥିଲେ।
ସୂଚନା ଅନୁସାରେ, ବନ୍ଧମୁଣ୍ଡା ଥାନା ତୁମେକ୍ତାର୍ତ୍ତା ସିନେମାଟୋଲିର ଜଣେ ବାଳକ ଗତ ୧୮ ତାରିଖରୁ ନିଖୋଜ ଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଶେଷରେ ସଂପୃକ୍ତ ବାଳକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବାଳକର କହିବାଅନୁସାରେ, ସେ ପାରା ଧରିବାକୁ ଯାଇ ପାଣି ଟଙ୍କାରେ ଫଶିଯାଇଥିଲା। କେବଳ ପାଣି ପିଇ ଜୀବନ ବଞ୍ଚାଇଥିଲା। ଲୋକେ ବାଳକକୁ ଠାବ କରିବା ପରେ ଜଳଯୋଗାଣ ବିଭାଗକୁ ଜଣାଇଥିଲେ। ପରେ ରଶି ସହାୟତାରେ ବାଳକକୁ ଉଦ୍ଧାର କରାଯାଇଛି।
Comments are closed.