ଓଏଏସ୍ ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ପ୍ରମୋଦ କୁମାର ମିଶ୍ର
ପୂର୍ବରୁ ପ୍ରମୋଦ କୁମାର ମିଶ୍ର ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଥିଲେ।

ଓଏଲ୍ ବ୍ୟୁରୋ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ସଚିବ ଭାବେ ରାମଚନ୍ଦ୍ର ପାଲଟାଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ରାମଚନ୍ଦ୍ର ପାଲଟା ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ। ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି। ପୂର୍ବରୁ ପ୍ରମୋଦ କୁମାର ମିଶ୍ର ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ଥିଲେ।
ସେହିପରି ଭୁବନେଶ୍ୱର ଉପଜିଲ୍ଲାପାଳ ଦାଇତ୍ୱରେ ଥିବା ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ତ୍ୱ ଦିଆଯାଇଛି। ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତ କରାଯାଇଛି। ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ ଦିଆଯାଇଛି। ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।